The Topmost

“The eyes believe themselves, the ears believe other people.”

ପୁଟିନଙ୍କ ବଡ ଘୋଷଣା, ସହଯୋଗୀଙ୍କୁ ସବୁଠୁ ଉନ୍ନତ ଯୁଦ୍ଧାସ୍ତ୍ର ଦେବାକୁ ପ୍ରସ୍ତୁତ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଘୋଷଣା । ସେ କହିଛନ୍ତି ମସ୍କୋ ଲାଟିନ୍ ଆମେରିକୀୟ ଦେଶ, ଏସିଆ ଏବଂ ଆଫ୍ରିକାର ଦେଶଗୁଡିକ ସହିତ ନିଜର ସଂପର୍କ ନିବିଡ କରିବାକୁ ଚାହୁଁଛି । ଏପରିକି ସମାନ ଚିନ୍ତାଧାରା ରଖୁଥିବା ସହଯୋଗୀ ଦେଶଗୁଡିକୁ ରୁଷର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ପୁଟିନ୍ କହିଛନ୍ତି । ତେବେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହି ଥିବାବେଳେ ସେ ଏହି ଘୋଷଣା କରିଛନ୍ତି । ରାଷ୍ଟ୍ରପତି ପୁଟିନ୍ ଆର୍ମି-୨୦୨୨ ଫୋରମ ଉଦଘାଟନ ଅବସରରେ କହିଛନ୍ତି ଯେ ଆମେ ନିଜର ସହଯୋଗୀଙ୍କୁ ସବୁଠୁ ଉନ୍ନତ ଯୁଦ୍ଧାସ୍ତ୍ର ଦେବାକୁ ପ୍ରସ୍ତୁତ । ଏଥିରେ ଛୋଟ ହତିଆରଠୁ ନେଇ ଯୁଦ୍ଧ ବାହାନ, ଡ୍ରୋନ ଏବଂ ଅନ୍ୟ ଉପକରଣ ସାମିଲ ରହିଛି । ଏସବୁ ଅସ୍ତ୍ରକୁ ଏକାଧିକ ଥର ଯୁଦ୍ଧରେ ପ୍ରୟୋଗ କରାଯାଇଥିବା ମଧ୍ୟ ପୁଟିନ୍ କହିଛନ୍ତି ।