The Topmost

“The eyes believe themselves, the ears believe other people.”

ପିଓକେକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ

ପାକ୍ ଅଧିକୃତ କାଶ୍ମୀର ତଥା ପିଓକେକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ । ପାକିସ୍ତାନ ଉପରେ ବର୍ଷିବା ସହ ରାଜନାଥ ସିଂ କହିଛନ୍ତି, ପିଓକେରେ ପାକିସ୍ତାନ ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଯାହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ । ପିଓକେକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ଆଣିବ ବୋଲି ସଙ୍କେତ ଦେଇ ରାଜନାଥ କହିଛନ୍ତି, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଆମେ ଏବେ ବିକାଶ ଯାତ୍ରା ଆରମ୍ଭ କରିଛୁ । ପିଓକେରେ ଗିଲଗିଟ୍ ଏବଂ ବାଲିତସ୍ତାନ ଏହି ବିକାଶ ପ୍ରକ୍ରିୟାରେ ସାମିଲ ହେବା ପରେ ହିଁ ଆମେ ବିକାଶର ପୂର୍ଣ୍ଣାଙ୍ଗ ଲକ୍ଷ୍ୟ ହାସଲ କରିପାରିବୁ । ଗିଲଗିଟ୍ ଏବଂ ବାଲିତସ୍ତାନରେ ପହଂଚିବା ପରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭଳି ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପୁର୍ଣ୍ଣାଙ୍ଗ ବିକାଶ ହୋଇପାରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।