The Topmost

“The eyes believe themselves, the ears believe other people.”

ପିଏମ୍ ଙ୍କ ପରୀକ୍ଷା ପେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା । ଫାଇନାଲ ଏକ୍ସାମ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ମୋଦି । ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ପରିଚାଳନାକୁ ଗୁରତ୍ବ ଦେବା ନିହାତି ଆବଶ୍ୟକ । ପରୀକ୍ଷାରେ ଯୋଦ୍ଧା ଭାବେ ମୁକାବିଲା କରିବାକୁ କହିଛନ୍ତି ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ହସଖୁସିରେ କଥା ହେଉଥିବା ନଜର ଆସିଛି । ଏହି କ୍ରମରେ ଡିପିଏସ୍ ବେଙ୍ଗାଲୁରୁର ଛାତ୍ର ମନନ ମିତ୍ତଲଙ୍କ ସହ ମୋଦିଙ୍କ ବାର୍ତ୍ତାଳାପରେ ହସିବାରେ ଲାଗିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ । ପରୀକ୍ଷା ସମୟରେ ଚାପମୁକ୍ତ ଓ ପ୍ରସ୍ତୁତି ନେଇ ଟିପ୍ସ ଦେଇଛନ୍ତି । ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦେବାକୁ କହିଛନ୍ତି । ଚାପର ବଶବର୍ତ୍ତୀ ହୋଇ ଲକ୍ଷ୍ୟରୁ ବିଚ୍ୟୁତ ନହେବାକୁ ପରାମର୍ଶ ଦେଇଛନ୍ତି।