ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସୁଖୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାର ଥିଲା, ହେଲେ ଏହା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । କିଛି ଦିନ ତଳେ ସୁଖୁ ଗଳାରେ ଅସୁବିଧା ଅନୁଭବ କରୁଥିଲେ । ୧୮ ଡିସେମ୍ବରରେ ତାଙ୍କର ସାମ୍ପୁଲ ନିଆଯାଇଥିଲା । ସୋମବାର ଏହାର ରିପୋର୍ଟ ଆସିବା ସହ ମୁଖ୍ୟମନ୍ତ୍ରୀ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଛି । ବର୍ତ୍ତମାନ ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀର ହିମାଚଳ ଭବନରେ କ୍ୱାରେଣ୍ଟିନରେ ରହିବେ । ସୋମବାର ହିମାଚଳର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ଥିଲା । ଏଥିପାଇଁ ସେ ପିଏମଓକୁ ସମୟ ମଧ୍ୟ ମାଗିଥିଲେ । ହେଲେ ଏବେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ