ପିଏଚଡି ପାଇଁ ଆବଶ୍ୟକ ନାହିଁ ମାଷ୍ଟର ଡିଗ୍ରୀ । ୪ ବର୍ଷର ଗ୍ରାଜୁଏସନ ପରେ କରିହେବ ଡକ୍ଟରେଟ୍ । ନୂତନ ଶିକ୍ଷା ନୀତି ୨୦୨୦ରେ ପିଏଚଡି କରିବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏଣିକି ଗ୍ରାଜୁଏସନ କରୁଥିବା ଛାତ୍ରଛାତ୍ରୀ ପିଏଚଡି କରିବା ପାଇଁ ଆଉ ମାଷ୍ଟର ଡିଗ୍ରୀ କରିବାର ଆବଶ୍ୟକତା ପଡିବ ନାହିଁ । ଯେଉଁ ପିଲାମାନେ ୪ବର୍ଷର ଗ୍ରାଜୁଏସନ ପାଠ୍ୟକ୍ରମ କରିବେ ସେ ସିଧାସଳଖ ପିଏଚଡି କରିପାରିବେ । ୪ ବର୍ଷର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ତିନି ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହେବ ନାହିଁ ବୋଲି ୟୁଜିସି ଅଧ୍ୟକ୍ଷ କହିଛନ୍ତି । ଦୀର୍ଘ ଦିନ ଧରି ସ୍ନାତକୋତ୍ତର କାର୍ଯ୍ୟକ୍ରମ ପାଇଁ ୟୁଜିସି ଏକ ନୂତନ ପାଠ୍ୟକ୍ରମ ଏବଂ କ୍ରେଡିଟ୍ ଢାଞ୍ଚା ପ୍ରସ୍ତୁତ କରିବାରେ ନିୟୋଜିତ ଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା