January 29, 2026
bouquet of onions

ପିଆଜ ବୁକେ !

ସାଧାରଣତଃ ଫୁଲରୁ ବୁକେ ପ୍ରସ୍ତୁତ ହୋଇଥାଏ। ବିଭିନ୍ନ ଦାମି ଫୁଲକୁ ନେଇ ବୁକେ ଆପଣ ଦେଖିଥିବେ। ତେବେ ପିଆଜରୁ ବୁକେ ପ୍ରସ୍ତୁତ ହୋଇଛି ଶୁଣିଲେ କେହି ବି ବିଶ୍ୱାସ କରିବେନି। ହେଲେ କଥାଟି ସତ। ସଞ୍ଜୟ ତିବାରୀ ନାମକ ବ୍ୟକ୍ତି ନିଜ ପତ୍ନିଙ୍କୁ ଖୁସି କରିବାକୁ ପିଆଜରୁ ବୁକେ ତିଆରି କରିଛନ୍ତି। ଏହି ବୁକେରେ ପାଖାପାଖି ୭୦୦ ଟଙ୍କାର ପିଆଜର ବ୍ୟବହାର କରାଯାଇଛି। ବୁକେଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏହି ବୁକେଟିକୁ। ଏହାକୁ ପ୍ରସ୍ତୁତ କରିଥିବା କାରିଗରଙ୍କର ମଧ୍ୟ ଖୁବ୍ ପ୍ରଶଂସା କରାଯାଉଛି । ଏହାପରେ ସେ କାରିଗରଙ୍କ ପାଖକୁ ଅନେକ ପିଆଜ ବୁକେର ଅର୍ଡର ମଧ୍ୟ ଆସିଛି।

SHARE BY