ଜମ୍ମୁ କଶ୍ମୀରର କଶତୱାରରେ ଭୂସ୍ଖଳନ । ଏକ ପାୱାର ପ୍ରୋଜେକ୍ଟ ସାଇଟରେ ଭୂସ୍ଖଖଳନ ହୋଇଛି । ବିଳମ୍ବିତ ରାତିରେ ପର୍ଯ୍ୟାୟକ୍ରମେ ଦୁଇଟି ଭୂସ୍ଖଳନ ହୋଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ତେବେ ଜେସିବି ମେସିନ ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଯାଇଛି । ଏହି ଲ୍ୟାଣ୍ଡସ୍ଲାଇଡରେ ଜେସିବି ଡ୍ରାଇଭର ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସର ସୂଚନାନୁସାରେ, ଜେସିବି ଡ୍ରାଇଭର ଏବଂ ଅନ୍ୟ ତିନି ଜଣ ପ୍ରଥମ ଭୂସ୍ଖଳନରେ ଆବର୍ଜନା ତଳେ ପୋତି ହୋଇଯାଇଥିଲେ । ଏହା ପରେ ଏକ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ଯେଉଁଠାରେ ଦ୍ୱିତୀୟ ଲ୍ୟାଣ୍ଡସ୍ଲାଇଡ୍ ଘଟିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ