The Topmost

“The eyes believe themselves, the ears believe other people.”

ପାରାଦ୍ୱୀପରେ ନିର୍ମାଣ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ

ସାକାର ହେବାକୁ ଯାଉଛି ପାରାଦ୍ୱୀପରେ ବୃହତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣର ସ୍ବପ୍ନ । ଓଡିଶାକୁ ଶିଳ୍ପସମୃଦ୍ଧ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଯାଉଛି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ । ବାର୍ଷିକ ୭ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପାରାଦ୍ୱୀପ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ଜନଶୁଣାଣୀ ଶିବିର । ଏଥିରେ ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେବା ସହିତ ପ୍ରକଳ୍ପ ନିର୍ମାଣ ଜନିତ ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିଥିଲେ । ଏଥି ସହିତ ପାରାଦ୍ୱୀପ ଅଞ୍ଚଳରେ ବଢୁଥିବା ଶିଳ୍ପସଂସ୍ଥାକୁ ନେଇ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା ସହିତ ଅଞ୍ଚଳବାସୀ ଅନେକ ଦୁରାରୋଗ୍ୟରେ ପୀଡିତ ହେଉଥିବାରୁ ସେଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ଦାବି କରିଥିଲେ ।