The Topmost

“The eyes believe themselves, the ears believe other people.”

ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ; ସାଧାରଣ ମଣିଷର ଅସାଧାରଣ ସଫଳତା

କୁହନ୍ତି ସଂଙ୍ଘର୍ଷର ଅନ୍ୟ ନାମ ସଫଳତା । ଯାହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ସଙ୍କେତ ସରଗର । ସେ ପାନ ଦୋକାନୀରୁ ରାଜ୍ୟଗୋଷ୍ଠୀ ପଦକ ଜିତିଛନ୍ତି । ବାପାଙ୍କ ଦୋକାନରେ ମୁଗ ପକୋଡ଼ା ଓ ବଡ଼ା ପାଓ ବିକୁଥିଲେ ସଙ୍କେତ । ଆଉ ଏବେ ସଂଘର୍ଷ କରି ରୌପ୍ୟ ପଦକ ଜିତିଛନ୍ତି । ଆହତ ହେବା ପରେ ବି ଲଢ଼ିବା ଛାଡ଼ିନଥିଲେ ସଙ୍କେତ । ଏଭଳି ସଂଘର୍ଷମୟ ଜୀବନରୁ ସଫଳତା ପାଇଥିବା ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ସଙ୍କେତ ସରଗର । ଶନିବାର ଏହି ୨୧ ବର୍ଷୀୟ ସାଙ୍ଗଲି ଯୁବକ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ରୌପ୍ୟ ଜିତିବା ପରେ ଏହି ଚର୍ଚ୍ଚା ଜୋର ଧରିଛି ।