
ଖରାଦିନ ଆରମ୍ଭ ହୋଇଗଲାଣି । ଏହିସମୟରେ ଅଧିକାଂଶ ଲୋକଙ୍କ ପାଦରୁ ଝାଳ ବାହାରି ଦୁର୍ଗନ୍ଧ ହୁଏ । ଏହି କାରଣରୁ ଅନେକ ଥର ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ । ତେଣୁ ଏହାକୁ ଏଡ଼ାଇବା ପାଇଁ ଆପଣ କିଛି ଦେଶୀ ଏବଂ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିପାରିବେ ।

- ଗୋଟେ ବଡ଼ ପାତ୍ରରେ ପାଣି ନେଇ ୨ ଚାମଚ ଲୁଣ ମିଶାନ୍ତୁ । ଏଥିରେ ଦୁଇ ପାଦକୁ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ପରେ ସଫା ପାଣିରେ ପାଦକୁ ଧୋଇ ଶୁଖାଇ ଦିଅନ୍ତୁ ।
-ଟାଇଟ ଜୋତା ପିନ୍ଧିଲେ ମଧ୍ୟ ପାଦ ଦୁର୍ଗନ୍ଧ କରିଥାଏ । ଏପରିସ୍ଥିତିରୁ ଏଥିରୁ ବଞ୍ଚିବା ପାଇଁ ଆପଣ ଜୋତାରେ ଅଳ୍ପ ଭିନେଗାର ପକାଇଦିଅନ୍ତୁ । ଦେଖିବେ ଏହାପରେ ଗନ୍ଧର ପରିମାଣ କମ୍ ହୋଇଯିବ । - ନଖ ଉଷୁମ ପାଣିରେ ୧-୨ ଚାମଚ ବେକିଂ ସୋଡା ମିଶାଇଲା ପରେ ପାଦ ବୁଡ଼ାଇ ରଖନ୍ତୁ । ଏହାର ୧୫-୨୦ ମିନିଟ ପରେ ପାଦ ଧୋଇଦେବେ । ଏହି ପାଣି ବ୍ୟାକେଫରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ ।
-ଗୋଲାପ ଜଳ ସହାୟତରେ ମଧ୍ୟ ଆପଣ ପାଦ ଦୁର୍ଗନ୍ଧକୁ ଦୂର କରିପାରିବେ । ପ୍ରଥମେ ପାଦକୁ ସାବୁନରେ ଭଲ ଭାବରେ ସଫା କରିଦିଅନ୍ତୁ । ଏହାପରେ ପାଦରେ ଗୋଲାପ ଜଳ ଛିଞ୍ଚନ୍ତୁ । ପାଦ ଶୁଖିଗଲା ପରେ ମଶ୍ଚରାଇଜର ଲଗାନ୍ତୁ ।
-ଯଦି ସବୁବେଳେ ଜୋତା ପିନ୍ଧିବା ପରେ ପାଦରୁ ଦୁର୍ଗନ୍ଧ ବାହାରୁଛି, ତାହେଲେ ଜୋତା ପିନ୍ଧିବା ପୂର୍ବରୁ ପାଦ ଏବଂ ଜୋତାରେ ପାଉଡର ପକାନ୍ତୁ । ଏଥିସହ ଓଦା ଜୋତାକୁ ବିଲକୁଲ ବି ପିନ୍ଧନ୍ତୁ ନାହିଁ ।

More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ