The Topmost

“The eyes believe themselves, the ears believe other people.”

ପାଦେ ଆଗକୁ ଗଲା ଚନ୍ଦ୍ରଯାନ-୩

ପାଦେ ଆଗକୁ ଗଲା ଚନ୍ଦ୍ରଯାନ-୩ । ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା ୪୨ ହଜାରରୁ ଅଧିକ କିଲୋମିଟର ଦୂରତାରେ ପୃଥିବୀ ଚାରିପଟେ ଗତି କରୁଛି । ଲଞ୍ଚିଂ ହେବା ପରେ, ଚନ୍ଦ୍ରଯାନ-୩କୁ ୩୬ ହଜାର ୫୦୦ କିଲୋମିଟର ଦୂରରେ ଛଡ଼ାଯାଇଥିଲା । ପୃଥିବୀ ଚାରିପଟେ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରର କକ୍ଷପଥକୁ ଯିବ ଚନ୍ଦ୍ରଯାନ । ସେଠାରେ ମଧ୍ୟ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଧିରେ ଧିରେ ଚନ୍ଦ୍ରଯାନର କକ୍ଷପଥକୁ ପରିବର୍ତ୍ତନ କରାଯିବ । ସବୁକିଛି ଠିକ୍ ରହିଲେ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନର ଗତି କମ୍ କରିବାକୁ କମାଣ୍ଡ ଦିଆଯିବା ପରେ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା ।