ପାଣ୍ଠି ଯୋଗାଡ଼ କରିବା ପାଇଁ ଅଂଶଧନ ବିକ୍ରି କରିବ ସ୍ପାଇସ୍ ଜେଟ୍ । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କଂପାନି ସ୍ପାଇସ୍ଜେଟ୍ ପାଣ୍ଠି ଯୋଗାଡ଼ ପାଇଁ ନିଜ ଅଂଶଧନ ବିକ୍ରି କରିବା ଉପରେ ବିଚାର କରୁଛି । ଏଥିପାଇଁ ମଧ୍ୟ ପ୍ରାଚ୍ୟର ଏକ ସଂସ୍ଥା ସହ ଆଲୋଚନା ମଧ୍ୟ ହୋଇଛି । ପାଣ୍ଠି ଲାଗି ନିବେଶକମାନଙ୍କ ସହ ଏଭଳି ଆଲୋଚନା ଜାରି ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି । ନିକଟରେ ସ୍ପାଇସ୍ଜେଟ୍ର ବିମାନଗୁଡ଼ିକ ମଝି ଆକାଶରେ ଉଡ଼ୁଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଚର୍ଚ୍ଚାରେ ରହିଥିଲା । କେବଳ ସ୍ପାଇସ୍ଜେଟ୍ର ୮ଟି ବିମାନରେ ଏଭଳି ଘଟଣା ଘଟିଥିଲା । ବେସାମରିକ ବିମାନ ଚଳାଚଳ ସ୍ପାଇସ୍ଜେଟ୍ରେ ଏହାର ମୁଖ୍ୟ ଅଜୟ ସିଂହଙ୍କ ୬୦% ଅଂଶଧନ ରହିଛି। କଂପାନିର ୨୪% ଅଂଶଧନ ମଧ୍ୟପ୍ରାଚ୍ୟର ଏକ ବିମାନ କଂପାନିକୁ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ଏକ ବଡ଼ ସଂସ୍ଥା ମଧ୍ୟ ସ୍ପାଇସ୍ଜେଟ୍ର ଅଂଶଧନ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍