The Topmost

“The eyes believe themselves, the ears believe other people.”

ପାଞ୍ଚ ଦିନ ପରେ ସୁଧୁରୁଛି ଦିଲ୍ଲୀ ସ୍ଥିତି 

ପାଞ୍ଚ ଦିନ ପରେ ସୁଧୁରୁଛି ଦିଲ୍ଲୀ ସ୍ଥିତି । ଖସୁଛି ଯମୁନାର ଜଳସ୍ତର । ଜଳବନ୍ଦୀ ଇଲାକାରୁ ଛାଡୁଛି ବନ୍ୟାପାଣି । ପାଣି ଛାଡ଼ିବା ପରେ ବି ଦୁଃଖ ସରିନି । ପାଣି ଛାଡ଼ିବା ପରେ ବନ୍ଦ ଥିବା କିଛି ରାସ୍ତାରେ ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି । କାଶ୍ମୀର ଗେଟ ଓ ସିବିଲ ଲାଇନ୍ସରେ ବି ଟ୍ରାଫିକ ଚଳାଚଳ ସ୍ବାଭାବିକ ହୋଇଛି । ପାଣି ଛାଡ଼ିଥିଲେ ବି ରାସ୍ତାରେ କାଦୁଅ ଜମି ରହିଥିବାରୁ ଏବେ ବି କିଛି ରାସ୍ତା ବନ୍ଦ ରଖାଯାଇଛି । ୪୦ରୁ ଅଧିକ କ୍ୟାମ୍ପରେ ଏବେ ବି ବନ୍ୟା ବିପନ୍ନମାନେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ରିଲିଫ ଯୋଗାଣ ଓ ଅତ୍ୟାବଶ୍ୟକ ଯୋଗାଣ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବନ୍ୟା ସ୍ଥିତିରେ ସୁଧାର ଆସୁଥିବା ବେଳେ ଆଜି ଦିଲ୍ଲୀରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଭାରତର ଅନ୍ୟ କିଛି ରାଜ୍ୟକୁ ଆଜି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତରାଖଣ୍ଡ, ହିମାଚଳ, ହରିଆଣା, ୟୁପିକୁ ଆସନ୍ତା ୫ଦିନ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ହିମାଚଳ କୁଲ୍ଲୁରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି