ଦିଲ୍ଲୀ ନୋଏଡା ସେକ୍ଟର ୨୧ରେ ଅଘଟଣ । ଜଳବାୟୁ ବିହାର ସୋସାଇଟି ପାଚେରୀ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି । ଡ୍ରେନ ରିପ୍ୟାରିଂ କାମ ଚାଲିଥିଲା ବେଳେ ସୋସାଇଟିର ପାଚେରୀ ଭୁଶୁଡ଼ି ପଡ଼ିଥିଲା । ପ୍ରାୟ ୧୩ ଜଣ ଶ୍ରମିକ ପାଚେରୀ ତଳେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ