ଯେଉଁ ପାକିସ୍ତାନ ଅନ୍ୟ ଦେଶକୁ ନିଜ ଆତଙ୍କୀଙ୍କୁ ପଠାଇ ଆକ୍ରମଣ କରେ ଆଜି ସମାନ ସ୍ଥିତି ନିଜେ ଭୋଗୁଛି । ଆତଙ୍କୀଙ୍କୁ ସମର୍ଥନ କରୁଥିବା, ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନରେ ପଶି ବଡ ଧରଣର ଆକ୍ରମଣ କରିଛି ଇରାନ । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୬ ଅଧରାତିରେ ଇରାନ-ପାକିସ୍ତାନ ସୀମାରେ ଥିବା ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ଇରାନ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ମଙ୍ଗଳବାର ବଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଆତଙ୍କୀ ସଂଗଠନ‘ଜୈଶ ଅଲ ଅଦଲର ପାକିସ୍ଥାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଛି । ଏନେଇ ଇରାନ ବାରମ୍ବାର ଧମକ ଦେବା ସତ୍ୱେ ଆତଙ୍କୀ ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପାକିସ୍ତାନ । ତେଣୁ ଏହାର ଜବାବ ଦେବାକୁ ଯାଇ ପାକିସ୍ଥାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଥିବା କହିଛି ଇରାନ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ