The Topmost

“The eyes believe themselves, the ears believe other people.”

ପାକିସ୍ତାନ ସଙ୍କଟ: ଖାଦ୍ୟାଭାବ ଭିତରେ ସ୍ୱାସ୍ଥ୍ୟ ସେବା ବ୍ୟାହତ

ପ୍ରକୃତିର ତାଣ୍ଡବରେ କଲବଲ ହେଉଛନ୍ତି ପାକିସ୍ତାନବାସୀ । ଆଉ ଏଥିରୁ ବାଦ୍ ପଡିନାହାନ୍ତି ବିତ୍ତଶାଳୀ ବ୍ୟକ୍ତିବିଶେଷ । ବର୍ତ୍ତମାନ ସେଠାକାର ସ୍ଥିତି ଏମିତି ହୋଇଛି ଯେ ଖାଦ୍ୟାଭାବ ସଙ୍କଟ ଭିତରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇପଡିଛି । ତେବେ ନବଜାତ ଓ ଗର୍ଭବତୀଙ୍କ ପାଇଁ ବନ୍ୟା ସମସ୍ୟା ସବୁଠୁ ଅଧିକ ଘାତକ ସାବ୍ୟସ୍ତ ହେଉଛି । ସୂଚନା ଅନୁସାରେ ପ୍ରାୟ ୧୨ଲକ୍ଷ ଗର୍ଭବତୀଙ୍କ ଜୀବନ ଏବେ ବିପଦରେ । ସେପଟେ ନବଜାତ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଘେର ଭିତରେ ରହିଛନ୍ତି । ଦୂଷିତ ପରିବେଶ ଯୋଗୁଁ ମହାମାରୀ ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ବନ୍ୟା କେବଳ ମଣିଷ ପାଇଁ ସଙ୍କଟ ଆଣିନି ଜୀବଜନ୍ତୁ ବି ଛଟପଟ ହେଉଛନ୍ତି । ହଜାର ହଜାର ସଂଖ୍ୟକ ଜୀବଜନ୍ତୁ ମରଶରୀର ବନ୍ୟା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ସିନ୍ଧ ଓ ପଞ୍ଜାବ ପ୍ରାନ୍ତ ସହ ଅଧିକାଂଶ ଜିଲ୍ଲାରେ ୧୦ଲକ୍ଷ ଏକର ଜମି ବର୍ଷା ପାଣି ପଶିବା ଫଳରେ ଅନେକ କ୍ଷତି ହୋଇଛି । ତେବେ ପାକିସ୍ତାନରେ ପ୍ରାୟ ୨.୨ଲକ୍ଷ କୋଟିର ଚାଷ ନଷ୍ଟ ହୋଇ ଥିବାବେଳେ ଏହା ଯୋଗୁଁ ପାକିସ୍ତାନ ଜିଡିପି ମଧ୍ୟ ଖସିଛି ।