The Topmost

“The eyes believe themselves, the ears believe other people.”

ପାକିସ୍ତାନୀ ସାମ୍ବାଦିକାଙ୍କ ବଡ଼ ବୟାନ

ଅଣ୍ଡର ଓ୍ବାଲ୍ଡ ଡନ ଦାଉଦ ଇବ୍ରାହିମ କରାଚିରେ ମେଡିକାଲରେ ଚିକତ୍ସିତ ହେଉଥିବା ଖବର ପ୍ରଚାର ହେବା ପରେ ବହୁ ତର୍କ ବିତର୍କ ଦେଖିବାକୁ ମିଳିଛି । ଦାଉଦର ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବାବେଳେ ଏଯାବତ ପାକିସ୍ତାନ ସରକାର ମାନିବାକୁ ନାରାଜ କି, ଦାଉଦ ପାକିସ୍ତାନରେ ଅଛି । ସେପଟେ ପାକିସ୍ତାନୀ ମହିଳା ସାମ୍ବାଦିକା ଅର୍ଜ୍ଜୁ କାଜିମି କହିଛନ୍ତି କି, ପାକିସ୍ତାନ ବିଶ୍ବ ଆତଙ୍କବାଦୀଭାବେ କୁହାଯାଉଥିବା ଦାଉଦକୁ ସ୍ଥାନ ଦେଇଥିବା କଥା ବିଶ୍ବରେ ଏବେ ଚର୍ଚ୍ଚାକୁ ଆସୁଛି । ଏଣୁ ନିଜର ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ପାକିସ୍ତାନ କିଛି ବି କରିପାରେ । ପାକିସ୍ତାନର ସର୍ବୋତ୍ତମ ବନ୍ଧୁ ଚୀନ ମଧ୍ୟ ପ୍ରଶ୍ନ ଉଠାଇଛି କି, ଦାଉଦକୁ କିଭଳି ଭାବେ ଲୁଚାଯାଇଥିଲା । ତେବେ ଯଦି ଦାଉଦ ଜୀବିତ ଥିବେ ତାହେଲେ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ରାସ୍ତାରୁ ହଟାଇ ଦେଇ ପାରନ୍ତି । ଏବେ ମଧ୍ୟ ପାକିସ୍ତାନ ସରକାର ମାନୁ ନାହାନ୍ତି କି, ଦାଉଦ ପାକିସ୍ତାନରେ ଅଛି ।