ପୁଣି ପାକିସ୍ତାନରେ ବିସ୍ଫୋରଣ । ପରମାଣୁ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ପଞ୍ଜାବ ଡେରା ଗାଜି ଖାନ୍ ଜିଲ୍ଲାରେ ଘଟିଛି ଅଘଟଣ । କ୍ଷୟକ୍ଷତି ନେଇ ସୂଚନା ମିଳିନଥିବା ବେଳେ ୧୧ ବର୍ଷ ହେଲା ବିସ୍ଫୋରଣ ନେଇ ଧମକ ମିଳୁଥିବା ରିପୋର୍ଟରେ ପ୍ରକାଶ । ଏହା ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ । ସୋସିଆଲ୍ ମିଡିଆରେ ଏନେଇ ଭିଡ଼ିଓ ମଧ୍ୟ ଭାଇରାଲ୍ ହେଉଛି । ଯେଉଁଥିରେ ପୋଲିସ ଗାଡ଼ି, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ବିସ୍ଫୋରଣ ସ୍ଥଳକୁ ଯାଉଥିବାର ନଜର ଆସୁଛି ।୨୦୧୨ରୁ ତହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏହି ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ ନେଇ ଧମକ ଦେଇଆସୁଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ