ପାକିସ୍ତାନରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ମୁହଁ ଖୋଲିଲେ ସେନାମୁଖ୍ୟ । ଏକ ବିବୃତିରେ ଜେନେରାଲ ସୟିଦ ଅସିମ ମୁସିର କହିଛନ୍ତି ଅରାଜକତା ଓ ଧ୍ରୁବୀକରଣଭିତ୍ତିକ ରାଜନୀତିରୁ ପାକିସ୍ତାନ ମୁକୁଳିବାର ଆବଶ୍ୟକତା ରହିଛି । ଦେଶରେ ସାଧାରଣ ନିର୍ବାଚନ ସରିଥିଲେ ବି କୌଣସି ଦଳ ସ୍ପଷ୍ଟ ବହୁମତ ପାଇନାହାନ୍ତି। ସେପଟେ ସରକାର ଗଠନ ପ୍ରକ୍ରିୟା ନେଇ ଅନିଶ୍ଚୟତା ଜାରି ରହିଛି। ୧୯୪୭ରେ ଦେଶ ସ୍ବାଧୀନତା ଲାଭ ପରଠାରୁ ଅଧିକାଂଶ ସମୟ ପାକିସ୍ତାନ ରାଜନୀତିରେ ସାମରିକ ପ୍ରଭାବ ରହିଆସିଛି । ଜେନେରାଲ ମୁସିରଙ୍କ ଏହି ବୟାନ ଭିନ୍ନ କିଛି ଇଙ୍ଗିତ କରୁଛି । ସେ ଆହୁରି କହିଛନ୍ତି- ନିର୍ବାଚନ କେବଳ ହାର ଜିତର ଏକ ପ୍ରକ୍ରିୟା ନୁହେଁ । ଜନମତକୁ ନିର୍ଦ୍ଧାରଣ କରିବା ଲାଗି ଏହା ଏକ ପ୍ରକ୍ରିୟା । ଆତ୍ମସ୍ବାର୍ଥଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି