ପାକିସ୍ତାନରେ ରାଜନୈତିକ ସଙ୍କଟ ନୂଆ ମୋଡ ନେଇଛି । ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜର୍ଦ୍ଦାରୀ ତାଙ୍କ ହତ୍ୟା ପାଇଁ ଆତଙ୍କବାଦୀଙ୍କୁ ସୁପାରୀ ଦେଇଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ ଖାନ୍ । ପାକିସ୍ତାନୀ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ, ଇମ୍ରାନ କହିଛନ୍ତି ଯେ ତାଙ୍କ ହତ୍ୟା ପାଇଁ ପ୍ଲାନ୍ ସି ଚାଲିଛି । ଗତବର୍ଷ ସେ ତାଙ୍କ ହତ୍ୟା ପାଇଁ ୪ ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରୁଥିବା କଥା କହିଥିଲେ । ଯେଉଁମାନଙ୍କ ନାମ ସହିତ ଏକ ରେକର୍ଡିଂ ତାଙ୍କ ପାଖରେ ଅଛି ଓ ତାକୁ ସେ ଖୁବଶୀଘ୍ର ରିଲିଜ୍ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଷଡଯନ୍ତ୍ରର ପର୍ଦ୍ଦାଫାସ କରିବା ପରେ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ପ୍ଲାନ୍ ଏ’ ର କାର୍ଯ୍ୟକାରୀ ହୋଇନଥିଲା । ଅନ୍ୟପକ୍ଷରେ ଦ୍ବିତୀୟ ପ୍ରୟାସ ବଜିରାବାଦରେ ହୋଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ