The Topmost

“The eyes believe themselves, the ears believe other people.”

ପାକିସ୍ତାନରେ ରମଜାନ ମାସରେ ହୋସ ଉଡାଉଛି ଦର ଦାମ୍

ଘୋର ଆର୍ଥିକ ସଙ୍କଟ ଭିତରେ ପାକିସ୍ତାନରେ ଆକାଶ ଛୁଆଁ ହୋଇଛି ଫଳ ଦାମ । ରମଜାନ ମାସରେ ହୋସ ଉଡାଇଦେବା ଭଳି ଦାମରେ ବିକ୍ରି ହେଉଛି ଫଳ । କେବଳ ଫଳ ନୁହେଁ, ଦୈନନ୍ଦିନ ଜିନିଷର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି । ସେହିପରି ପୂଜା ସାମଗ୍ରୀର ଦାମ ମଧ୍ୟ ବୃଦ୍ଧି ପାଇଛି । ପିଆଜ କିଲୋ ପ୍ରତି ୨୨୮ଟଙ୍କା, ଅଟା ଦାମ ୧୨୦ ପ୍ରତିଶତ ବଢ଼ିଛି । ସେନସିଟିବ ପ୍ରାଇସ୍ ଇଣ୍ଡିକେଟର ଅନୁସାରେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପାକିସ୍ତାନରେ ଦରଦାମ୍ ବୃଦ୍ଧି ୪୭ ପ୍ରତିଶତରେ ପହଞ୍ଚିଥିଲା । ପୂର୍ବରୁ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡିଛି । ତେବେ ପାକିସ୍ତାନରେ ରମଜାନ ମାସ ବେଳେ ଦରଦାମ ବୃଦ୍ଧି କେବଳ ଏକ ସହର ପର୍ଯ୍ୟନ୍ତ ସୀମିତ ନାହିଁ । କରାଚୀ, ରାୱଲପିଣ୍ଡି, ଇସଲାମବାଦ ଓ ଲାହୋର ଭଳି ବଡ଼ ସହରରେ ଦରଦାମ୍ ବୃଦ୍ଧି ହୋଇଛି । ଯାହା ଫଳରେ ରମଜାନ ମାସରେ ମଧ୍ୟ ଲୋକେ କମ୍ ଜିନିଷ କିଣୁଛନ୍ତି ।

SHARE BY