The Topmost

“The eyes believe themselves, the ears believe other people.”

ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା

ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି । ଶାହଜାଦପୁର ଏବଂ ନୱାବଶାହ ମଧ୍ୟରେ ସ୍ଥିତ ସହାରା ରେଲୱେ ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତିକମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସେହିପରି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି କାରଣ ଟ୍ରେନର ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ । କରାଚୀଠୁ ୨୭୫ କିମି ଦୂରରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ତେବେ କେଉଁ କାରଣରୁ ବଗି ଲାଇନଚ୍ୟୁତ ହୋଇଛି ସେନେଇ କିଛି ସୂଚନା ମିଳିପାରିନାହିଁ । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଆଖପାଖ ହସ୍ପିଟାଲଗୁଡ଼ିକୁ ଆଲର୍ଟରେ ରଖାଯାଇଛି ।