ଆଜି ପଦରୁ ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଏଥିସହ ମେଣ୍ଟ ସରକାରକୁ ଭଙ୍ଗ କରିବେ ବୋଲି କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଶାସକ ଦଳକୁ ଅତିରିକ୍ତ ସମୟ ଦେବା ପାଇଁ ଏପରି କରାଯାଉଛି ବୋଲି ଶେହବାଜ ସରିଫ କହିଛନ୍ତି । ଏହାପରଠୁ ଦେଶରେ ଜଣେ ମଧ୍ୟବର୍ତ୍ତୀକାଳୀନ ସରକାର ରହିବ । ସରକାର ଭଙ୍ଗ ନେଇ ପ୍ରଧାନମନ୍ତ୍ରୀ ସରିଫ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଚିଠି ଲେଖିବେ । ଯଦି ରାଷ୍ଟ୍ରପତି ଅନୁମତି ଦେବାରେ ବିଳମ୍ଭ କରନ୍ତି ତଥାପି ସଂସଦ ୪୮ ଘଣ୍ଟା ମଧ୍ୟରେ ଭଙ୍ଗ ହେବ । ମଧ୍ୟବର୍ତ୍ତୀ କାଳୀନ ପ୍ରଧାନମନ୍ତ୍ରୀ କିଏ ହେବା ଦରକାର ସେନେଇ ମଧ୍ୟ ପତ୍ର ଲେଖିବେ ଶେହବାଜ ସରିଫ ।ସେମାନଙ୍କ ମଧ୍ୟରୁ ରାଷ୍ଟ୍ରପତି ଜଣକୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରିବେ । ଏହାପୂର୍ବରୁ ସେନା ସହ ମଧ୍ୟ ବୈଠକ କରି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ସେହେବାଜ ସରିଫ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ