ପାକିସ୍ତାନରେ ପୁଣି ବଡ଼ ଧରଣର ବିସ୍ଫୋରଣ । ବାଲୁଚିସ୍ତାନ କ୍ବେଟାରେ ଘଟିଥିବା ବିସ୍ଫୋରଣରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । କ୍ବେଟାର ଏଫସି ମୁସ୍ସା ଚେକ୍ ପଏଣ୍ଟ ନିକଟରେ ବିସ୍ଫୋରଣ ପଛରେ କାହାର ହାତ ତାହା ସ୍ପଷ୍ଟ ହୋଇପାରିନାହିଁ । କ୍ବେଟା କାଣ୍ଟନମେଣ୍ଟ ପ୍ରବେଶ ପଥରେ ବ୍ଲାଷ୍ଟ ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣ ସ୍ଥଳକୁ ପୋଲିସ ଘେରି ରହିଥିବାବେଳେ ଏହାର ତଦନ୍ତ ଜାରି ରହିଛି । ଗତ ସୋମବାର ପେଶଓ୍ବାରର ଏକ ମସଜିଦରେ ତାଲିବାନ ସୁଇସାଇଡ ବମ୍ବର ବିସ୍ଫୋରଣ ଘଟାଇବା ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ