The Topmost

“The eyes believe themselves, the ears believe other people.”

ପାକିସ୍ତାନରେ କିଏ ଗଢିବ ସରକାର ?

ଆଜି ଆସିବ ପାକିସ୍ତାନର ଜନାଦେଶ । ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ ଗଢିବ ନୂଆ ସରକାର । କାହାକୁ ସ୍ପଷ୍ଟ ବହୁମତ ମିଳିବ ନା ପାକିସ୍ତାନରେ ଏଥର ଝୁଲା ସରକାର ହେବ କେଇ ଘଣ୍ଟା ପରେ ଜଣାପଡିବ । ଗତକାଲି କାଁ ଭାଁ ହିଂସାକାଣ୍ଡ ଭିତରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଥିଲା । ଭୋଟ ଗ୍ରହଣ ସରିବା ପରେ ଆରମ୍ଭ ହୋଇଥିଲା ଭୋଟ ଗଣତି । ହେଲେ ଫଳାଫଳ ପ୍ରକାଶରେ ଏଥର ବିଳମ୍ବ ହେଉଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଶେଷ ଖବର ସୁଦ୍ଧା ୨୬୫ ଆସନ ମଧ୍ୟରୁ ୧୩୮ ଆସନର ଗଣତି ଚାଲିଛି । ସେଥିମଧ୍ୟରୁ ୮୨ଟି ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି । ସେହିପରି ୩୫ ଆସନରେ ଆଗୁଆ ଅଛନ୍ତି ନୱାଜ ସରିଫଙ୍କ ପିଏମଏଲଏନ ପାର୍ଟିର ପ୍ରାର୍ଥୀ । ବିଲାଓ୍ବଲ ଭୁଟୋଙ୍କ ପାର୍ଟି ପାକିସ୍ତାନ ପିପୁଲ୍ସ ପାର୍ଟିର ୧୭ ପ୍ରାର୍ଥୀ ଭୋଟ ଗଣତିରେ ଆଗୁଆ ଥିବା ସୂଚନା ମିଳିଛି ।