ପାକିସ୍ତାନରେ ଗାଏବ ହୋଇଗଲା ସେନା ହେଲିକପ୍ଟର । ତେବେ ଏଥିରେ ୬ ଜଣ ଥିବାବେଳେ ଜଣେ କମାଣ୍ଡର ମଧ୍ୟ ଥିଲେ । ଏବେସୁଦ୍ଧା ହେଲିକପ୍ଟରର କୌଣସି ପତ୍ତା ମିଳିପାରି ନାହିଁ । ସୂଚନା ଅନୁସାରେ ପାକିସ୍ତାନର ବେଲୁଚିସ୍ତାନ ଭୟଙ୍କର ବନ୍ୟାର ସାମ୍ନା କରୁଛି । ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏକ ହେଲିକପ୍ଟର ଗାଏବ ହୋଇଯାଇଛି । ଏହାସହ ହେଲିକପ୍ଟରର ଏଟିସି ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ଏନେଇ ପାକିସ୍ତାନ ଆଇଏସପିଆର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ବନ୍ୟା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲା । ପାକିସ୍ତାନର ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଖରାପ ପାଗ ପାଇଁ ସର୍ଚ୍ଚ ଅଭିଯାନ ବନ୍ଦ ରହିଛି । ଆଜି ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହେବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ