୧୯୬୦ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ପାକକୁ ନୋଟିସ । ପାକିସ୍ତାନକୁ ନୋଟିସ ଜାରି କରିଛି ଭାରତ । ପାକିସ୍ତାନର ବହୁ କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରୁଥିବାରୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ଭାରତର କିଶେଙ୍ଗାଙ୍ଗା ଓ ରାଟଲେ ହାଇଡ୍ରୋ ଇଲେକଟ୍ରିକ ପ୍ରକଳ୍ପକୁ ନେଇ ଆଲୋଚନା ଓ ବିବାଦର ସମାଧାନ ଲାଗି ଭାରତ ବାରମ୍ବାର ଉଦ୍ୟମ କରିଥିଲେ ବି ପାକିସ୍ତାନ ଆଲୋଚନା ପାଇଁ ରାଜି ହୋଇ ନଥିଲା । ତେବେ ନିକଟରେ ବିଶେଷଜ୍ଞ ଓ ମଧ୍ୟସ୍ଥତା ନ୍ୟାୟାଳୟ ପ୍ରକ୍ରିୟା ଉପରେ ବିଶ୍ବବ୍ୟାଙ୍କ କାର୍ଯ୍ୟନୁଷ୍ଠାନ ନେବା ଆରମ୍ଭ କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍