ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଂଗ ଉଠାଇବା ପରେ ପାକିସ୍ତାନକୁ ବାକ୍ ଆକ୍ରମଣ କରିଛି ଭାରତ । ଭାରତ ପାକିସ୍ତାନକୁ ତା’ର ଜବାବରେ କହିଛି ଯେ ଏକ ଦେଶ, ଯେଉଁଠି ଅଲ୍-କାଏଦା ନେତା ଓସାମା ବିନ୍ ଲାଡେନ୍ ପରି ଆତଙ୍କବାଦୀ ସୃଷ୍ଟି କରାଇ ପଡ଼ୋଶୀ ଦେଶ ସଂସଦ ଉପରେ ଆକ୍ରମଣ କରାଉଛି ତା ନିକଟରେ ଜାତିସଂଘରେ ଉପଦେଶ ଦେବାର କୌଣସି ପ୍ରମାଣପତ୍ର ନାହିଁ । ବୈଦେଶିକ ମନ୍ତ୍ରୀ ଏସ୍ ଜୈଶଙ୍କର ଆହୁରି ବି କହିଛନ୍ତି ଯେ ଜାତିସଂଘର ବିଶ୍ବସନୀୟତା ଆମ ସମୟର ପ୍ରମୁଖ ଚ୍ୟାଲେଞ୍ଜ୍ ତାହା ମହାମାରୀ ହେଉ, ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆତଙ୍କବାଦୀ ଆକ୍ରମଣର ପ୍ରଭାବର ପ୍ରତିକ୍ରିୟା ଉପରେ ନିର୍ଭର କରେ । ଜାତିସଂଘ ସୁରକ୍ଷା ପରିଷଦରେ ‘ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ତଥା ସୁଧାରିତ ବହୁପକ୍ଷ ପାଇଁ ଏକ ନୂଆ କିରଣ’ ବିଷୟ ଉପରେ ଅଧ୍ୟକ୍ଷତା କରି ଜୈଶଙ୍କର କହିଛନ୍ତି ଯେ ‘ଆମେ ସ୍ପଷ୍ଟ ରୂପେ ଆମେ ବହୁପକ୍ଷବାଦ ଉପରେ ସୁଧାର ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ । ଏଥିରେ ସ୍ବାଭାବିକ ଭାବେ ଆମର ନିଜର ବିଚାର ହେବ । କିଛି ନହେଲେ ସମାନତା ତ ବୃଦ୍ଧି ପାଉଛି। ଏଥିରେ ଆଉ ବିଳମ୍ବ କରାଯାଇ ପାରିବ ନାହିଁ।’
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ