The Topmost

“The eyes believe themselves, the ears believe other people.”

ପାକିସ୍ତାନକୁ ଋଣ ଦେଲା ଚୀନ

ଆମେରିକାର ବିରୋଧ ସତ୍ତ୍ବେ ପାକିସ୍ତାନକୁ ଋଣ ଦେଲା ଚୀନ । ସଙ୍କଟ ଜର୍ଜରିତ ପାକିସ୍ତାନ ଲାଗି ୧ ଦଶମିକ ୫ ବିଲିୟନ ଡଲାରର ଋଣ ସହାୟତା ଘୋଷଣା କରିଛି ଚୀନ । ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନକୁ ଏହି ଅର୍ଥ ସହାୟତା ଦେବ ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ ଚୀନ ଲିମିଟେଡ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ୍ ଦର । ତିନିଟି ପର୍ଯ୍ୟାୟରେ ଅର୍ଥାତ ପ୍ରତିଥର ୫ଶହ ନିୟୁତ ଡଲାର ଲେଖାଏଁ ଅର୍ଥ ପ୍ରଦାନ କରିବ ଚୀନ । ପ୍ରଥମ ପର୍ଯ୍ୟାୟରେ ୫ଶହ ନିୟୁତ ଡଲାର ଗ୍ରହଣ କରିଛି ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ । ପାକିସ୍ତାନରେ ଆର୍ଥିକ ସଙ୍କଟ ଘନୀଭୂତ ହୋଇଥିବାବେଳେ ବୈଦେଶିକ ମୁଦ୍ରା ରିଜର୍ଭ ପରିମାଣ ବ୍ୟାପକ ହ୍ରାସ ପାଇଛି । ବର୍ତ୍ତମାନ ଯେତିକି ବୈଦେଶିକ ମୁଦ୍ରା ଗଚ୍ଛିତ ରହିଛି ସେଥିରେ ମାତ୍ର ୩ ସପ୍ତାହ ଯାଏ ପାକିସ୍ତାନର ଆମଦାନୀ କ୍ଷମତା ରହିବ ।