ଗଦ୍ଦାର ପାଇଲଟ କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଖୁଲମ ଖୁଲା ପାଇଲଟଙ୍କ ଉପରେ ବର୍ଷିଲେ ଗେହଲଟ । ରାହୁଲ ଗାନ୍ଧୀଙ୍କ ସହ ଗୁଜରାଟ ଯାଇଥିବା ଅଶୋକ ଗେହଲଟ୍ ଜାତୀୟ ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ ଗଦ୍ଦାର କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିବେ ନାହିଁ । ଯାହା ପାଖରେ ୧୦ଜଣ ବିଧାୟକ ମଧ୍ୟ ନାହାଁନ୍ତି, ଯିଏ ଦଳ ପାଇଁ ବିଦ୍ରୋହୀ ପାଲଟିଥିଲେ, ସେଭଳି ବିଶ୍ୱାସଘାତକଙ୍କୁ ମୁଖ୍ୟମନ୍ତ୍ରୀ କେବେ ବି କରାଯାଇପାରିବ ନାହିଁ । ଗତ କିଛି ମାସ ହେଲାଣି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । କଂଗ୍ରେସ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ବି ଏପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇପାରିନାହିଁ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍