ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ । ପୋର୍ଟ ହେଡଲ୍ୟାଣ୍ଡ ଓ ବେଡୋଟ ଦ୍ବୀପାଞ୍ଚଳରେ ମହାବାତ୍ୟା । ଘଣ୍ଟାପ୍ରତି ୨୧୮ କିଲୋମିଟର ବେଗରେ ବହୁଛି ପବନ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଆଲର୍ଟ । ମହାବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଇଲ୍ସା ଆଜି ସକାଳେ ପିଲବାରା ଉପକୂଳରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ରଚିଛି ତାଣ୍ଡବ । ବିଗତ ୨୦୦୭ରେ ଅଷ୍ଟ୍ରେଲିଆରେ ତାଣ୍ଡବ ରଚିଥିଲା ସାଇକ୍ଲୋନ ଜର୍ଜ ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ