ରାଜ୍ୟରେ ଏକ ସର୍ଭେ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ଯେଉଁଥିରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କରାଯିବ । ତେବେ ଯେଉଁ ମଦ୍ରାସାମାନେ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି ସେମାନେ ଏହି ସର୍ଭେରେ ଅଂଶଗ୍ରହଣ କରି ଏହା କରିପାରିବେ । ମମତା ବାନାର୍ଜୀ କହିଛନ୍ତି ଯେ ପଂଜୀକରଣ ଦ୍ୱାରା ମଦ୍ରାସାଗୁଡ଼ିକ ବହୁତ ଉପକୃତ ହେବେ । ଏହା ମାଧ୍ୟମରେ ମୁସଲମାନ ପୁଅ ଝିଅମାନେ ଅଧିକ ଚାକିରି ଓ ପାଠପଢ଼ାରେ ଅନେକ ସୁବିଧା ପାଇପାରିବେ । ତେବେ ଯେଉଁ ମଦ୍ରାସାମାନେ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ ଅଂଶଗ୍ରହଣ କରିପାରିବେ ଏବଂ ଯେଉଁମାନେ ମଦ୍ରାସାରେ ଯୋଗ ଦେବାକୁ ଚାହୁଁନାହାଁନ୍ତି ସେମାନେ ଆସନ୍ତୁ ନାହିଁ । ସେ କହିଛନ୍ତି ଯେ ଖରେଜି ମଦ୍ରାସାଗୁଡ଼ିକର ବିକାଶ ପାଇଁ ଏକ କମିଟି ଗଠନ କରାଯିବ । ଏହା ସହିତ ୭୨୦ ଅଣ-ଅନୁଦାନ ପ୍ରାପ୍ତ ମଦ୍ରାସାକୁ ସ୍ବୀକୃତି ଦିଆଯିବ । ଅନ୍ୟପଟେ ଆସନ୍ତା ଅଗଷ୍ଟ ୬ ତାରିଖ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସହରରେ ବ୍ଲକସ୍ତରରୁ ଆରମ୍ଭ କରି ୱାର୍ଡ ସ୍ତର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସମଗ୍ର ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହା ଏକ ରାଜନୈତିକ ନିଷ୍ପତ୍ତି ହେବ ଏବଂ ମୋଦୀ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ