ପଶ୍ଚିମବଙ୍ଗରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟ ଦେଉଛନ୍ତି ୫ କୋଟି ୬୭ ଲକ୍ଷରୁ ଅଧିକ ଭୋଟର । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ।୨୨ ଜିଲ୍ଲାର ୯୨୮ଟି ଜିଲ୍ଲା ପରିଷଦ ଆସନ, ୯ ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୬୩ ହଜାର ୨୨୯ ଗ୍ରାମ ପଞ୍ଚାୟତ ପାଇଁ ଭୋଟ ଦେଉଛନ୍ତି ଜନତା । ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ ଫଳାଫଳ । ହିଂସାକାଣ୍ଡକୁ ନଜରରେ ରଖି କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପ୍ରତି ବୁଥରେ ୪ ଜଣ କେନ୍ଦ୍ରୀୟ ବାହିନୀ ଯବାନଙ୍କ ସହ ପଶ୍ଚିମବଙ୍ଗ ପୋଲିସ ମୃତୟନ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ