ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷାରେ ଚାଲିଛି ପଞ୍ଚାୟତ ଭୋଟ ଗଣତି । ୧୦ଟି ସିଟରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ ଶହ ପ୍ଳସ୍ ଆସନରେ ଆଗରେ ରହିଛି ତୃଳମୂଳ କଂଗ୍ରେସ । ବାଙ୍କୁରାରେ ଟିଏମସି ୬୫ ଆସନରେ ଲିଡ୍ କରୁଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗରେ ରହିଛି । ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ୧୨୦ ଆସନରେ ଆଗରେ ରହିଛି । ବର୍ଦ୍ଧମାନରେ ବି ତୃଳମୂଳ କଂଗ୍ରେସ ଆଗରେ ରହିଛି । କାଉଣ୍ଟିଂ ବେଳେ ନନ୍ଦିଗ୍ରାମ ଗଣତି କେନ୍ଦ୍ର ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରୋକିବାକୁ ପୋଲିସ ଉଭୟ ପକ୍ଷକୁ ବୁଝାଶୁଝା କରିଛି । ବାରାକପୁର କାଉଣ୍ଟିଂ ସେଣ୍ଟରରେ ପଶି ଗଣ୍ଡଗୋଳ କରୁଥିବା ବିଜେପି ପ୍ରାର୍ଥୀ ବରୁଣ ସରଦାରଙ୍କୁ ପୋଲିସ ହେପାଜତକୁ ନେଇଛି । ଗଣତି ସମୟରେ ହିଂସାକୁ ରୋକିବାକୁ ପୋଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି । ଏଥିସହ ନଜର ରଖିଛି ସିସିଟିଭି କ୍ୟାମେରା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ