ପଶ୍ଚିମବଙ୍ଗରେ ଓଡିଆରେ ପ୍ରଚାର କରୁଛି TMC । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଓଡ଼ିଆ ଭାଷାରେ ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରଚାରପତ୍ର । ଏହି ଲେଖାକୁ ପ୍ରବାସୀ ଓଡ଼ିଆମାନେ ସ୍ବାଗତ କରିଛନ୍ତି । ପଶ୍ଚିମବଙ୍ଗରେ ଆସନ୍ତା ୮ ତାରିଖରେ ପଞ୍ଚାୟତ ନିର୍ବାଚନ ହେବ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପାଇଁ ବଙ୍ଗଳା ସହ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ପୋଷ୍ଟର, ବ୍ୟାନର ଓ କାନ୍ଥରେ ଲେଖା ଯାଇଛି । କିନ୍ତୁ ଟିଏମସି ପକ୍ଷରୁ ପ୍ରଥମ ଥର ଏସବୁ ଓଡ଼ିଆ ଭାଷାରେ ଲେଖା ହୋଇଥିବାରୁ ପ୍ରବାସୀ ଓଡ଼ିଆମାନେ ଖୁସି ପ୍ରକାଶ କରିଛନ୍ତି । ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ହିନ୍ଦୀ, ଉର୍ଦୁ ଓ ବଙ୍ଗୀୟ ଭାଷାରେ ପୋଷ୍ଟେର ଓ କାନ୍ଥରେ ଲେଖା ହୋଇଥିଲା । କିନ୍ତୁ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଭୋଟରକୁ ନେଇ କୌଣସି ରାଜନୈତିକ ଦଳ ସମର୍ଥନ ଦେଖାଇ ନାହାନ୍ତି । ପ୍ରଥମ ଥର ପଂଚାୟତ ନିର୍ବାଚନକୁ ନେଇ ଆସନ ସୋଲ ଜିଲ୍ଲା ସ୍ଥିତ ଜମୁଡ଼ିଆ ଥାନା ଅନ୍ତର୍ଗତ ତ୍ରିସ୍ତବ ପଂଚାୟତରେ ଟିଏମସି ଓଡିଆ ପୋଷ୍ଟର ମାରିଛି ।
“The eyes believe themselves, the ears believe other people.”
More Stories
ଗୋମାଂସ ଚାଲାଣ କରୁଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ- ବିଜେପି
ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି-ପ୍ରମିଳା
ନବୀନଙ୍କୁ ଚିଠିରେ କଣ ଲେଖିଛନ୍ତି ମୋହନ୍