ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି । ଚୋକସିଙ୍କୁ ଆଣ୍ଟିଗୁଆ ଓ ବାର୍ବୁଦାରୁ ବାହାର କରାଯାଇପାରିବ ନାହିଁ । ଏନେଇ ରାୟ ଦେଇଛନ୍ତି ହାଇକୋର୍ଟ । ଚୋକସି ନିଜର ପିଟିସନରେ ଦର୍ଶାଇଥିଲେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯଥାର୍ଥ ତଦନ୍ତ ହେଉ । ତାଙ୍କୁ ଏହି ଦେଶରେ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି । ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ମହୁଲ ଚୋକସି ଆଣ୍ଟିଗୁଆ ଓ ବାର୍ବୁଦାକୁ ଚାଲିଯିବା ପରେ ଭାରତ ହାତଟେକି ଦେଇ ଆଇନଗତ ଲଢେଇ ଜାରି ରଖିଥିଲା । ସେପଟେ ସିବିଆଇ ପକ୍ଷରୁ କୁହାଯାଇଛି- ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପଳାତକ ଓ ଅପରାଧୀମାନଙ୍କୁ ଭାରତକୁ ଆଣିବା କ୍ଷେତ୍ରରେ ପ୍ରକ୍ରିୟା ଜାରି ରଖିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ