ଆମ ଆଦମୀ ପାର୍ଟିର ସମ୍ପତ୍ତି ଜବତ କରିବାକୁ ନୋଟିସ ଜାରି । ପଲିଟିକାଲ ଆଡ୍ ବାବଦ ୧୬୩ କୋଟି ଖର୍ଚ୍ଚକୁ ନେଇ ଜୋର ଧରିଛି ରାଜନୀତି । ବିଜ୍ଞାପନ ବାବଦକୁ ଦଳ ଖର୍ଚ୍ଚ କରିଥିବା ଟଙ୍କା ଆସନ୍ତା ୧୦ ଦିନରେ ଆଦାୟ କରିବାକୁ ନୋଟିସ ଜାରି କରିଛନ୍ତି ଉପ ରାଜ୍ୟପାଳ ବି କେ ସକ୍ସେନା । ମାସକ ତଳେ ବିଜ୍ଞାପନ ବାବଦ ଟଙ୍କା ଆଦାୟ ପାଇଁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ । ଏବେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟିକୁ ନୋଟିସ ଜାରି କରାଯାଇଛି । ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ସୁଧ ମଧ୍ୟ ଭରଣା କରିବାକୁ ଉଲ୍ଲେଖ ରହିଥିବା ଜଣାପଡ଼ିଛି । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଟଙ୍କା ଭରଣା ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ