The Topmost

“The eyes believe themselves, the ears believe other people.”

Vaani-Kapoor

ପରିଚୟ ଦେଇଛି ଟ୍ରାନ୍ସଜେଣ୍ଡର ଭୂମିକା

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁରଙ୍କ ଆଗାମୀ ଫିଲ୍ମ ‘ଶମଶେରା’ର କାଉଣ୍ଟଡାଉନ୍‌ ଆରମ୍ଭ ହୋଇସାରିଛି । ଏଥିରେ ମୌସୁମୀର ଆଗାମନ ସହ ପରଦାରେ ଏକ ଖାସ୍‌ ଅନ୍ଦାଜରେ ନୃତ୍ୟ କରୁଥିବାର ନଜର ଆସିବେ ବାଣୀ । ଫିଲ୍ମ ‘ଶମଶେରା’ରେ ଯେତେବେଳେ ସିନେପ୍ରେମୀ ଦୀର୍ଘ ୪ ବର୍ଷର ଲମ୍ବା ବ୍ୟବଧାନ ପରେ ରଣବୀର କପୁରଙ୍କ ଅଭିନୟ ଯାଦୁକୁ ପରଦାରେ ଦେଖିବେ, ସେତେବେଳେ ଦର୍ଶକଙ୍କ ନଜର ମଧ୍ୟ ବାଣୀ କପୁରଙ୍କ ଉପରକୁ ନିଶ୍ଚିତ ପଡ଼ିବ । କାରଣ ଅଭିନେତ୍ରୀ ବାଣୀ ଫିଲ୍ମରେ ଉତ୍ତର ଭାରତରେ ପ୍ରଚଳିତ ଲୋକନୃତ୍ୟ ପ୍ରଦର୍ଶିତ କରିବେ । ହେଲେ ବାଣୀ କହୁଛନ୍ତି ଯେ ତାଙ୍କୁ ଅସଲ ପରିଚୟ ତାଙ୍କର ଶେଷ ଫିଲ୍ମ ‘ଚଣ୍ଡୀଗଡ଼ କରେ ଆଶିକି’ ଦେଇଛି । ଏହି ଫିଲ୍ମରେ ସେ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରିଥିଲେ ।

Vaani-Kapoor-
Vaani-Kapoor- @thetopmost-01

ବାଣୀଙ୍କ ଅନୁଯାୟୀ ଏହି ଫିଲ୍ମଟି ସେ କେବଳ ସୁନ୍ଦର ନାୟିକା ଭୂମିକାରେ ଅଭିନୟ କରିବାକୁ ଫିଟ୍‌ ବୋଲି ଧାରଣାକୁ ଭାଙ୍ଗି ଦେଇଛି । ଏହାସହ ଆହୁରି ମଧ୍ୟ ବାଣୀ କହିଛନ୍ତି, ‘ଚଣ୍ଡୀଗଡ଼ କରେ ଆଶିକି’ ତାଙ୍କ କ୍ୟାରିଅରକୁ ବହୁତ ସାହାଯ୍ୟ କରିଛି । ଏହି ଫିଲ୍ମ ଜରିଆରେ ସେ ଏକ ଆଦର୍ଶ ପ୍ଲାଟଫର୍ମ ପାଇଛନ୍ତି ଏବଂ ସ୍କ୍ରିନରେ ନିଜକୁ ପ୍ରମାଣିତ କରିବା ପାଇଁ କୌଣସି ପ୍ରକାରର ଚ୍ୟାଲେଞ୍ଜ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । କେବଳ ସେତିକି ନୁହେଁ ଜଣେ କଳାକାର ଭାବେ କେବଳ କିଛି ରୋଲ୍‌ ପାଇଁ ସେ ସୀମିତ ହୋଇ ରହିବାକୁ ଚାହାନ୍ତି ନାହିଁ, ବରଂ ବିଭିନ୍ନ ପ୍ରକାର ରୋଲ୍‌ କରିବାକୁ ଆଗ୍ରହୀ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

Vaani-Kapoor
Vaani-Kapoor @thetopmost-01

https://thetopmost.in/?p=1136

https://thetopmost.in/?p=1148

https://thetopmost.in/?p=1143

https://thetopmost.in/?p=1118

Vaani-Kapoor
Vaani-Kapoor-ImageVaani-Kapoor @thetopmost-01

ଏହି ଫିଲ୍ମରେ ତାଙ୍କ ସହ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହେବା ସହ ବାଣୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ତେବେ ତାଙ୍କର ଆଗାମୀ ଫିଲ୍ମ ‘ଶମଶେରା’ ଏକ ପିରିୟଡିକ୍‌ ଆକ୍ସନ ଡ୍ରାମା । ଏଥିରେ ବାଣୀ ରଣବୀର କପୁର ଏବଂ ସଞ୍ଜୟ ଦତ୍ତଙ୍କ ପରି ଦମଦାର ଅଭିନେତାମାନଙ୍କ ସହ ସ୍କ୍ରିନ ସେୟାର କରିବେ । ‘ଅଗ୍ନିପଥ’ ଫେମ୍‌ କରଣ ମଲହୋତ୍ରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୨ ଜୁଲାଇରେ ମୁକ୍ତିଲାଭ କରିବ । ୟଶରାଜ ଫିଲ୍ମସ୍‌ ଏହାକୁ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ କରିବାର ଯୋଜନା କରୁଛି ।