ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ପ୍ରକଳ୍ପ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଧିରାଜ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଧିରାଜ ଯୋଗ ଦେବା ପରେ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦଳ ମତ ନିର୍ବିଶେଷରେ ଏଭଳି କାର୍ଯ୍ୟରେ ସମସ୍ତେ ସାମିଲ ହେବା କଥା ବୋଲି କହିଥିଲେ ଅଧିରାଜ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ଏ ଖବର ପିସିସି ସଭାପତି ଓ ପ୍ରଭାରୀଙ୍କ ପାଖେ ପହଞ୍ଚିଛି । ଅନ୍ୟପଟେ ସୁରଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଅଧିରାଜ । ଅଧିରାଜ କହିଛନ୍ତି ଯେ, ଦଳ ତରଫରୁ କେବେ କୁହାଯାଇ ନଥିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନ ଯିବା ପାଇଁ । ପ୍ରକଳ୍ପକୁ ବିରୋଧ ପାଇଁ କଂଗ୍ରେସ କେବେ କହିନି । ତେଣୁ ଏଭଳି ଏକ ଐତିହାସିକ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସେ କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି ଅଧିରାଜ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା