The Topmost

“The eyes believe themselves, the ears believe other people.”

ପରମାଣୁ ଯୁଦ୍ଧ ଏଡାଇବାକୁ ଆହ୍ୱାନ କରିଛନ୍ତି ରାଜନାଥ ସିଂ

ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ବଢିଯାଇଛି । ରୁଷ ସେନାଙ୍କୁ ଘେରିବା ପାଇଁ ୟୁକ୍ରେନ ସେନା ଡାର୍ଟି ବୋମା ମାଡ କରୁଥିବା ମସ୍କୋ ଅଭିଯୋଗ ଆଣିଛି । ଆଉ ଏହାର ଜବାବରେ ଆଣବିକ ଅସ୍ତ୍ର ଅଭ୍ୟାସ ଆରମ୍ଭ କରିଛି ରୁଷ । ଏପରି ସମୟରେ ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ କୌଣସି ମତେ ପରମାଣୁ ଯୁଦ୍ଧ ଏଡାଇବାକୁ ଆହ୍ୱାନ କରିଛନ୍ତି ରାଜନାଥ ସିଂ । ଯେକୌଣସି ପରିସ୍ଥିତିରେ ମଧ୍ୟ ପରମାଣୁ ଯୁଦ୍ଧ ଏଡାଇବା ପାଇଁ ଉଭୟ ପକ୍ଷ ଯତ୍ନବାନ ହେବା ଜରୁରୀ ବୋଲି ଭାରତ ଅପିଲ କରିଛି । ରୁଷ ଓ ୟୁକ୍ରେନ କୁଟନୈତିକ ଏବଂ ଶାନ୍ତି ଆଲୋଚନା ଜରିଆରେ ବିବାଦର ସମାଧାନ କରିବା ଉଚିତ୍ । ପରମାଣୁ ବୋମା ଓ ଡାର୍ଟି ବୋମା ମାନବ ସଭ୍ୟତାର ଅସ୍ତିତ୍ୱ ପାଇଁ ବିପଦ । ତେଣୁ ଆଣବିକ ଅସ୍ତ୍ର ପ୍ରୟୋଗରୁ ବିରତ ହେବାକୁ ଅପିଲ କରିଛନ୍ତି ରାଜନାଥ ସିଂହ ।