October 14, 2025

ପରମାଣୁ ଚୁକ୍ତି ବାତିଲ କଲା ଋଷ

ରୁଷ-ୟୁକ୍ରେନ୍ ମଧ୍ୟରେ ପାଖାପାଖି ବର୍ଷେ ହେବ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ ଚିହିଁକି ଉଠିଛି ରୁଷ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ସହ ଥିବା ଶେଷ ପରମାଣୁ ଚୁକ୍ତିକୁ ବାତିଲ କରିଛନ୍ତି ।  ୟୁକ୍ରେନ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ରୁଷ ସଂସଦରେ ଭାଷଣ ଦେବା ପରେ ପୁଟିନ ସାଂସଦମାନଙ୍କୁ କହିଛନ୍ତି,  ମୁଁ ଆଜି ଘୋଷଣା କରିବାକୁ ବାଧ୍ୟ। ୨୦୧୦ ରେ ପ୍ରାଗରରେ ନୂତନ ପରମାଣୁ ଚୁକ୍ତିନାମା ‘ଷ୍ଟାର୍‌’ ଉପରେ ସ୍ୱାକ୍ଷରିତ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷ ଏହା କାର୍ଯ୍ୟକାରୀ ହୋଇଥିଲା। ଏବେ ଏହି ଚୁକ୍ତିନାମାରେ ରୁଷ ଅଂଶଗ୍ରହଣ ସ୍ଥଗିତ କରାଯାଇଛି।

SHARE BY