ପରଦାରେ ବଲିଉଡର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’। ଏଥିରେ ଅଭିନେତା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଛି । ଦୀର୍ଘଦିନ ପରେ ନିର୍ଦ୍ଦେଶକ ଭାବେ କରନ୍ ଜୋହର ଦର୍ଶକଙ୍କ ସାମ୍ନାକୁ ଆସିଥିବା ବେଳେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । କାରଣ ପ୍ରଥମ ଶୋ’ ଦେଖିବା ପରେ ଲୋକେ ଫିଲ୍ମର ପ୍ରଶଂସା କରୁଛନ୍ତି । ଫିଲ୍ମରେ ଭରପୂର ମନୋରଞ୍ଜନ ସହ ପାରିବାରିକ କାହାଣୀ ରହିଛି । ଏହା ଦିଲ୍ଲୀର ପଞ୍ଜାବୀ ମିଠା ଦୋକାନୀ ରକି ରନ୍ଧାବା ଏବଂ ବଙ୍ଗାଳୀ ପରିବାରର ନ୍ୟୁଜ୍ ଆଙ୍କର ଝିଅ ରାନୀ ଚାଟର୍ଜୀଙ୍କ ଲଭ୍ ଷ୍ଟୋରୀ । କରନ୍ ଏଥିରେ ବହୁତ ସାମାଜିକ ଘଟଣାବଳୀକୁ ଦେଖାଇଛନ୍ତି, ଯାହାକି ବେଶ ପସନ୍ଦ ଆସୁଛି । ଆଜିର ଯୁବପୀଢ଼ିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫିଲ୍ମ ଓ୍ବେବ୍ ସିରିଜ ଅଥବା ଟେଲିଭିଜନ ଧାରାବାହିକ ଢ଼ଙ୍ଗରେ ନିର୍ମିତ ହୋଇଛି ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..