ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସେପଟେ ଆରମ୍ସଭ ହେଲାଣି ଶ୍ରୀଜିଉଙ୍କର ଗୋଟି ପହଣ୍ଡି । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ନ ୪ଟାରେ ଗଡ଼ିବା ଆରମ୍ଭ କରିବ । ଆଜି ଦିନ ୧୨ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି, ବେଶ ଶେଷ ହେବ । ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବ ଆଉ ଏହାପରେ ରଥଟଣା ଆରମ୍ଭ ହେବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି