ଆଜି ପବିତ୍ର ଗୁରୁ ଦିବସ । ପାଳନ ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସ । ୧୯୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ଥିରୁୱାଲୁର ଜିଲ୍ଲାର ତିରୁଟ୍ଟନୀରେ ଜନ୍ମ ଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନ । ସେ ଏକାଧାରାରେ ଥିଲେ ଜଣେ ମହାନ ଶିକ୍ଷାବିତ୍, ଦାର୍ଶନିକ, ତଥା ରାଜୈତିଜ୍ଞ ।
ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ସେ ନିଜର ଜନ୍ମ ଦିନକୁ ଶିକ୍ଷକଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। ସେବେଠୁ ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସ ଭାବେ ପାଳନ ହୋଇ ଆସୁଛି ।
ତେବେ ଗୁରୁ ଦିବସ ଅବସରରେ ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଦିନ ୧୧ଟାରେ ଦେଶର ୪୬ ଜଣ ଶିକ୍ଷକଙ୍କୁ ପ୍ରଦାନ କରାଯିବ ଜାତୀୟ ଶିକ୍ଷକ ପୁରସ୍କାର । କୃତି ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଜାତୀୟ ପୁରସ୍କାର ପାଇବାକୁ ଥିବା ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଈଶ୍ବର ଚନ୍ଦ୍ର ନାୟକ। ପୁରୀ ଜିଲ୍ଲା କାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଛନ୍ତି ଈଶ୍ବର ନାୟକ । ଚଳିତ ବର୍ଷ ସେ ଏକମାତ୍ର ଶିକ୍ଷକ ଭାବେ ଓଡିଶାରୁ ଯୋଗ୍ୟ ବିବେଚିତ ହେଇଛନ୍ତି । ନିଷ୍ଠାପର, ନିଆରା ଢଙ୍ଗରେ ଶିକ୍ଷାଦାନ ଏବଂ ନିଜର ଦକ୍ଷତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛି। ତେବେ ଏହା ତାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଆହୁରି ପ୍ରେରଣା ଓ ଉତ୍ସାହିତ କରିବ ବୋଲି କହିଛନ୍ତି ଈଶ୍ବର ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା