ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଅତି ଘନିଷ୍ଠ ପପ୍ପଲପ୍ରୀତ ସିଂଙ୍କୁ ଗିରଫ କରିଛି ପୋଲିସ । ପଞ୍ଜାବ ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଅଭିଯାନ ବଳରେ ପଞ୍ଜାବର ହୋସିଆରପୁରରେ ପପ୍ପଲପ୍ରୀତଙ୍କୁ ଗିରଫ କରାଯାଇଛି । ପଞ୍ଜାବରୁ ଦିଲ୍ଲୀ ଆଡକୁ ଯାତ୍ରା କରିବା ସମୟରେ ପପ୍ପଲପ୍ରୀତଙ୍କୁ ଧରିଛନ୍ତି ଉଭୟ ରାଜ୍ୟର ପୋଲିସ । ଅମୃତପାଲ ସିଂ ଫେରାର ହେବା ପରେ ପପ୍ପଲପ୍ରୀତଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା । ସୋସିଆଲ ମିଡ଼ିଆରେ ଯାହାର ଫଟୋ ଭାଇରାଲ ହୋଇଥିଲା । ଏଥିରେ ଅମୃତପାଲ ଜ୍ୟାକେଟ ପିନ୍ଧିଥିବା ବେଳେ ଫିକା ଲାଲ ରଙ୍ଗର ପଗଡି ଓ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଆଉ ଅମୃତପାଲଙ୍କ ସହ ପପ୍ପଲପ୍ରୀତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ