ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥର ୬ ଜଣ ପଦ୍ମବିଭୂଷଣ ପାଇଥିବାବେଳେ ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । ପଦ୍ମବିଭୂଷଣ ପୁରସ୍କାର ପାଇଁ ୬ ଜଣଙ୍କ ନାଁ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି ପୁରସ୍କାର ଦିଆଯାଇଥିଲା । ବାସ୍ତୁକଳା ପାଇଁ ପ୍ରଫେସର ବାଳକୃଷ୍ଣ ଦୋଶୀ (ମରଣୋତ୍ତର), ପୂର୍ବତନ ମନ୍ତ୍ରୀ ଏସ.ଏମ.କୃଷ୍ଣାଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି । ଦୋଶୀଙ୍କ ପାଇଁ ତାଙ୍କ ପୌତ୍ରୀ ଖୁସନୁ ପନ୍ତକି ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଶିଳ୍ପପତି କୁମାର ମଙ୍ଗଳମ ବିରଲା ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସେମାନେ ହେଲେ କଳା ପାଇଁ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଂଗବତୀର ଗାୟିତା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ । କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍