ବିହାର ରାଜନୀତିରେ ଘଟିକେ ଘୋଡ଼ା ଛୁଟୁଛି । ନୀତୀଶ ରାଜନୀତିକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ପୁଣି ଥରେ ପଦ୍ମ ଧରିବାକୁ ଜେଡିୟୁ ସୁପ୍ରିମୋ ତାଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତୁତ । ହେଲେ ବିଜେପିକୁ ସାଙ୍ଗରେ ନେଇ ସରକାର ଗଢ଼ିବାକୁ ଉଦ୍ୟମ ଚଲାଇଥିବା ନୀତୀଶଙ୍କ ଆଗରେ ବିଜେପି ରଖିଛି ସର୍ତ୍ତ । ବିଜେପି ପକ୍ଷରୁ କୁହାଯାଇଛି ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କୁ ଇସ୍ତଫା ଦେବାକୁ ପଡିବ । ନୀତୀଶଙ୍କ ଇସ୍ତଫା ପରେ ହିଁ ବିଜେପି ଓ ଏନଡିଏର ଅନ୍ୟ ଦଳ ସମର୍ଥନ ପତ୍ର ଦେବେ । ଏପରିକି ଇସ୍ତଫା ପରେ ଏନଡିଏର ବିଧାୟକ ଦଳ ବୈଠକ ବସି ନୀତୀଶଙ୍କୁ ବିଧାୟକ ଦଳ ନେତା ବଛାଯିବ । ମିଳିଥିବା ସୂଚନା ଅନୁସାରେ ଆଜି ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି । ଏହାପରେ ଏନଡିଏ ସମର୍ଥନରେ ପୁଣି ଥରେମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହ ବିଜେପିର ବରି୍ଠ ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ସୁବିଦାବାଦୀ ନେତା ନେତା ଭାବେ ପରିଚିତ ନୀତୀଶ କୁମାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଦଳଙ୍କ ସହ ମେଣ୍ଟ କରି ଶାସନ ଗାଦି ଅକ୍ତିଆର କରିଛନ୍ତି । ୨୦୧୩ରୁ ବିଜେପି, କଂଗ୍ରେସ, ଆରଜେଡି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ପଦର ସ୍ବାଦ ଚାଖିଥିବା ନୀତୀଶ ପୁଣି ବିଜେପିକୁ କୋଳେଇ ପାରନ୍ତି ।
More Stories
ମାତ୍ର 3ଟି ଭୋଟରେ ବିଜେପି ନାକତଳୁ ଜିତିଲା ଆପ୍
ଖଡଗେଙ୍କ ମା, ଭଉଣୀଙ୍କୁ ଏମିତି କହିଲେ ୟୋଗୀ
ପାୱାର ଗଲା, ଇଜ୍ଜତ ଗଲା, ଏବେ ଆସିଲା ଗିରଫ୍ ୱାରେଣ୍ଟ୍