The Topmost

“The eyes believe themselves, the ears believe other people.”

ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ସ୍ଥାନାନ୍ତର

ପଦ୍ମଶ୍ରୀ କମଳା ପୂଜାରୀ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ତାଙ୍କର ଜ୍ୱର ଏବଂ କାଶ କମିଯାଇଛି । ଡିଏଚ୍ଏଚରେ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଛାତିରେ ସାମାନ୍ୟ ସଂକ୍ରମଣ ଥିବା ରିପୋର୍ଟରୁ ଜଣାପଡ଼ିଛି । ପୂର୍ବରୁ ସେ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଅଧିକ ଚିକିତ୍ସା ପାଇଁ ଏସସିବି ପଠାଯାଇଛି । ସେଠାରେ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କ ଚିକିତ୍ସା କରାଯିବ । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ଜ୍ୱର ସହ କାଶ ହୋଇଥିଲା । ସମସ୍ୟା ବଢିବାରୁ ୨ ତାରିଖ ସଂଧ୍ୟାରେ ଡିଏଚଏଚର ଏକ ଟିମ୍ କମଳାଙ୍କ ଗାଁକୁ ଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ଆଣି ମେଡିସିନ୍ ୱାର୍ଡରେ ଭର୍ତ୍ତି କରିଥିଲେ । ଦୁଇ ଦିନର ଚିକିତ୍ସା ପରେ ତାଙ୍କ ଜ୍ୱର ଓ କାଶ କମିଛି ।