୨୦୨୩ରେ ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା । ପ୍ରଚାର ବେଳେ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ନିର୍ବାଚନମଣ୍ଡଳୀରେ ୩ଟି ଜନସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଜିଲ୍ଲାର ମାନ୍ୟତା ଲାଗି ପଦ୍ମପୁରବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ପଦ୍ମପୁର ଉପନିର୍ବାଚନକୁ ହାଲୁକାରେ ନନେଇ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଆଜି ପଦ୍ମପୁର ପ୍ରଚାର ପାଇଁ ନିଜେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ।
More Stories
ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି
ଶ୍ରୀମନ୍ଦିର ସେବାୟତଙ୍କୁ ହାଣିଲେ ଦୁର୍ବୁତ୍ତ
ଓଡିଶାକୁ ବାତ୍ୟା ଭୟ