କନଷ୍ଟେବଳରୁ ଏଏସ୍ଆଇ ପଦୋନ୍ନତି ପ୍ରସଂଗ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ । ପୁଲିସ ଏଏସ୍ଆଇ ପଦୋନ୍ନତି ପାଇଁ ୨୦୨୦ରେ ଯୋଗ୍ୟ ବିବେଚିତ ହୋଇ ବି ସେଥିରୁ ବଂଚିତ କନଷ୍ଟେବଳଙ୍କୁ ହାଇକୋର୍ଟ ନ୍ୟାୟ ଦେଇଛନ୍ତି । ୨୦୨୦ ଡିସେମ୍ବର ୬ରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା ସମସ୍ତ କନଷ୍ଟେବଳ ଏଏସଆଇ ପଦୋନ୍ନତି ପାଇଁ ଯୋଗ୍ୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଫଳରେ ପଦୋନ୍ନତିରୁ ବଂଚିତ ହୋଇଥିବା ପ୍ରାୟ ଦେଢ ହଜାର କନଷ୍ଟେବଳ ଏବେ ପଦୋନ୍ନତି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ସେମାନଙ୍କ ପଦୋନ୍ନତି ସପକ୍ଷରେ ୨୦୨୧, ସେପ୍ଟେମ୍ବର୍ ୯ରେ ହାଇକୋର୍ଟଙ୍କ ଜଣିକିଆ ବିଚାରପତି ଯେଉଁ ରାୟ ଦେଇଥିଲେ, ତା ବିରୋଧରେ ରାଜ୍ୟ ସରକାର ରିଟ୍ ଅପିଲ ଦାୟର କରିଥିଲେ । କିନ୍ତୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସେହି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା